Report Card Odisha

| Daily Odia News

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ,ନିଜ ବ୍ୟକ୍ତିଗତ ପରାମର୍ଶଦାତା କଲେ ମମତା….

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ | କେନ୍ଦ୍ର ଓ ରାଜ୍ୟ କଳିରେ ବଳି ପଡିଛନ୍ତି ପ୍ରଶାସନିକ ଅଧିକାରୀ । ବାତ୍ୟା ‘ୟାସ୍‌’ ପ୍ରଭାବ ସମୀକ୍ଷା କରିବା ଲାଗି ଗତ ଶୁକ୍ରବାର ଦିନ ପ୍ରଧାମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକାଳୀନ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍‌ ପରେ ଉଠିଚାଲି ଯାଇଥିଲେ | ରାଜ୍ୟର ମୁଖ୍ୟ ଶାସନସଚିବ ମଧ୍ୟ ପଳାଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଛି ବିବାଦ। କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ। ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ସେପଟେ ତାଙ୍କୁ ବର୍ତ୍ତମାନ ସମୟରେ କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମମତା। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଥିବା ଅଲପନ ବନ୍ଦୋପାଧ୍ୟାୟ ଏବେ ଅବସର ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବେ ତାଙ୍କ କାର୍ଯ୍ୟକାଳ ସରୁଥିବାବେଳେ, କେନ୍ଦ୍ରକୁ ଚିଠି ଲେଖି ତାଙ୍କ କାର୍ଯ୍ୟକାଳ ସମୟ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ପଶ୍ଚିମବଙ୍ଗ ସରକାର | ବାତ୍ୟା ୟାସକୁ ନେଇ ବିବାଦ ଉପୁଜିବା ପରେ ନିଜେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ଆଲାପନ ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀ ତାଙ୍କୁ ନିଜ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିବା ଜଣାପଡିଛି ।

Breaking News