Report Card Odisha

| Daily Odia News

ଗର୍ଲଫ୍ରେଣ୍ଡ୍‌ ସହ ବୁଲିବାକୁ ଯାଇ ଧାରା ପଡିଲେ ମାଷ୍ଟର୍‌ମାଇଣ୍ଡ୍‌ ମେହୁଲ ଚୋକ୍‌ସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ଦୁର୍ନୀତି ମାଷ୍ଟର୍‌ମାଇଣ୍ଡ୍‌ ମେହୁଲ ଚୋକ୍‌ସି ପୂର୍ବରୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଧରାପଡ଼ିଛନ୍ତି | ଗର୍ଲଫ୍ରେଣ୍ଡ୍‌ ବୋଲି କୁହାଯାଉଥିବା ମହିଳାଜଣକ ଚୋକ୍‌ସିଙ୍କୁ ଅପହରଣ କରିଥିବା ଟିମର ଜଣେ ସଦସ୍ୟ ଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି | ସୂତ୍ରରୁ ପ୍ରକାଶ ଯେ, ମହିଳା ଆଣ୍ଟିଗୁଆରେ ରହୁଥିଲେ। ସେ ସକାଳ ଏବଂ ସନ୍ଧ୍ୟା ସମୟରେ ଚୋକସିଙ୍କୁ ଭେଟିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ | କିଛି ଦିନର ବନ୍ଧୁତା ପରେ ସେ ମେ ୨୩ରେ ଚୋକ୍‌ସିଙ୍କୁ ଭେଟିବା ପାଇଁ ଏକ ଆପାର୍ଟମେଣ୍ଟକୁ ଡାକିଥିଲେ | ଚୋକ୍‌ସି ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଟିମ ତାଙ୍କୁ ଅପହରଣ କରି ମାରଧର କରି ନିର୍ଯାତନ ଦେଇ ଗୋଟାଏ ନୌକାରେ ଡୋମିନିକାକୁ ନେଇ ଯାଇଥିଲେ, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।

 

Breaking News