ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗରେ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ । ଏ ନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ କିଛିଟା କୋହଳ କରାଯାଇଛି । ନୂଆ ଗାଇଡଲାଇନରେ ଆସନ୍ତା ଜୁନ ୧୬ ତାରିଖରୁ ସରକାରୀ ଅଫିସଗୁଡିକରେ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ କେଉଁମାନେ ଅଫିସ ଆସିବେ ତାହା ବିଭାଗୀୟ ଅଧିକାରୀ ବା ସଂପୃକ୍ତ ଅଫିସର ମୁଖ୍ୟ ନିଷ୍ପତ୍ତି ନେବେ । ଅତି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସ୍ ର ବ୍ୟବସ୍ଥା କରାଯାଇଛି । ଏହା ସହିତ ସହରାଞ୍ଚଳରେ ଥିବା ପାର୍କଗୁଡିକ ସକାଳ ୬ଟା ରୁ ୯ଟା ଯାଏଁ ଖୋଲା ରହିବ । ଯେଉଁମାନେ ଭ୍ୟାକସିନ୍ ନେଇସାରିଛନ୍ତି କେବଳ ସେହିମାନଙ୍କୁ ହିଁ ପାର୍କରେ ଏଣ୍ଟ୍ରି ପାଇଁ ଅନୁମତି ଦିଆଯିବ । ଏହା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକନଗୁଡିକ ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ରେଷ୍ଟୁରାଣ୍ଟ ଏବଂ ବାର ମାନଙ୍କରେ ଦିନ ୧୨ଟା ରୁ ରାତି ୮ଟା ଯାଏଁ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି । ବର୍ତ୍ତମାନ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ ଏବଂ କଲେଜ ପୂର୍ବପରି ବନ୍ଦ ରହିବ । ଆଗାମୀ ନୋଟିସ୍ ଆସିବା ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଜରୁରୀ ସେବା ଯୋଗାଉଥିବା ଯାନ ବ୍ୟତିତ ଘରୋଇ ଗାଡିଚାଳନା ଉପରେ ରୋକ ଲଗାଯାଇଛି
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..