Report Card Odisha

| Daily Odia News

ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା ଲାଗିଛି । ଆଦାନୀ ଗ୍ରୁପର ଏକାଧିକ କମ୍ପାନୀର ସେୟାର ଆଜି ହଠାତ୍ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସୂଚନା ଅନୁସାରେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ ବା ଏନଏସଡିଏଲ ପକ୍ଷରୁ ତିନିଟି ବିଦେଶୀ ଫଣ୍ଡ ସଂସ୍ଥାର ଆକାଉଣ୍ଟକୁ ଫ୍ରିଜ୍ କରାଯିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଲବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମଏସ ଇନେଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ୍ କରିଛି ଏନଏସଡିଏଲ । ଏମାନଙ୍କ ପାଖରେ ଆଦାନୀ ଗ୍ରୁପର ୪୩ ହଜାର ୫ ଶହ କୋଟି ଟଙ୍କାର ସେୟାର ରହିଛି । ସେମାନେ ଏହାକୁ ବିକ୍ରି କରିବାର ସମ୍ଭାବନା ମଧ୍ୟ ରହିଛି । ଆଦାନୀ ଏଣ୍ଟରପ୍ରାଇଜେସରେ ୬.୮୨ %, ଆଦାନୀ ଟ୍ରାନ୍ସମିସନରେ ୮.୦୩ %, ଆଦାନୀ ଟୋଟାଲ ଗ୍ୟାସରେ ୫.୯୨ %, ଆଦାନୀ ଗ୍ରୀନରେ ୩ . ୫୮ % ପ୍ରତିଶତ ସେୟାର ଏହି ୩ଟି ଫଣ୍ଡ ଏଜେନ୍ସିର ଥିଲା । ଗତ ବର୍ଷକ ମଧ୍ୟରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୬୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ଆଜି ଆଦାନୀ ପୋର୍ଟର ସେୟାର ମଧ୍ୟ ୧୮ ପ୍ରତିଶତ ହ୍ରାସ ହୋଇଛି । ଚର୍ଚ୍ଚା ହେଉଛି ଯେ, ମେ ୩୧ ପୂର୍ବରୁ ଏନଏସଡିଏଲ ଏ ସବୁ ଫ୍ରିଜ୍ କରିଥିଲା । ଯଦି ୧୪ ଦିନ ପୂର୍ବରୁ ଫ୍ରିଜ୍ କରାଯାଇଥିଲା, ତେବେ ଆଜି କାହିଁକି ଏତେ ବଡ଼ ହ୍ରାସ ଦେଖିବାକୁ ମିଳିଲା ବୋଲି ମାର୍କେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

Breaking News