Report Card Odisha

| Daily Odia News

ଜୁଲାଇ ୧ ପର୍ଯ୍ୟନ୍ତ ବଢିଲା ଲକଡାଉନ,ନୂଆ ଗାଇଡଲାଇନ ଜାରି…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ । ଏ ନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ କିଛିଟା କୋହଳ କରାଯାଇଛି । ନୂଆ ଗାଇଡଲାଇନରେ ଆସନ୍ତା ଜୁନ ୧୬ ତାରିଖରୁ ସରକାରୀ ଅଫିସଗୁଡିକରେ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ କେଉଁମାନେ ଅଫିସ ଆସିବେ ତାହା ବିଭାଗୀୟ ଅଧିକାରୀ ବା ସଂପୃକ୍ତ ଅଫିସର ମୁଖ୍ୟ ନିଷ୍ପତ୍ତି ନେବେ । ଅତି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସ୍‌ ର ବ୍ୟବସ୍ଥା କରାଯାଇଛି । ଏହା ସହିତ ସହରାଞ୍ଚଳରେ ଥିବା ପାର୍କଗୁଡିକ ସକାଳ ୬ଟା ରୁ ୯ଟା ଯାଏଁ ଖୋଲା ରହିବ । ଯେଉଁମାନେ ଭ୍ୟାକସିନ୍ ନେଇସାରିଛନ୍ତି କେବଳ ସେହିମାନଙ୍କୁ ହିଁ ପାର୍କରେ ଏଣ୍ଟ୍ରି ପାଇଁ ଅନୁମତି ଦିଆଯିବ । ଏହା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକନଗୁଡିକ ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ରେଷ୍ଟୁରାଣ୍ଟ ଏବଂ ବାର ମାନଙ୍କରେ ଦିନ ୧୨ଟା ରୁ ରାତି ୮ଟା ଯାଏଁ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି । ବର୍ତ୍ତମାନ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ ଏବଂ କଲେଜ ପୂର୍ବପରି ବନ୍ଦ ରହିବ । ଆଗାମୀ ନୋଟିସ୍‌ ଆସିବା ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଜରୁରୀ ସେବା ଯୋଗାଉଥିବା ଯାନ ବ୍ୟତିତ ଘରୋଇ ଗାଡିଚାଳନା ଉପରେ ରୋକ ଲଗାଯାଇଛି

Breaking News