Report Card Odisha

| Daily Odia News

ମମତାଙ୍କ ଛତ୍ରଛାୟା ତଳକୁ ଫେରିଲେ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ରାଜନୀତିରେ ରୋଚକର ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି | ବିଜେପି କର୍ମୀ ପୁଣି ଟିଏମସି କୁ ଫେରିବା ଆରମ୍ଭ କରିଦେଇଛନ୍ତି | କହିଛନ୍ତି କି ବିଜେପିକୁ ଆସି ଭୁଲ କରିଛୁ | ଆମକୁ ପୁଣି ମମତାଙ୍କ ଛତ୍ରଛାୟା ତଳକୁ ନିଆଯାଉ | ଏଭଳି ଅନୁରୋଧ କରି ଆଜି ତୃଣମୂଳ କଂଗ୍ରେସ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ | ଏହି ଦୃଶ୍ୟ ସୋମବାର ପଶ୍ଚିମବଙ୍ଗର ବୀରଭୂମରେ ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ହାତରେ ପ୍ଲା କାର୍ଡ ଧରିଥିବାବେଳେ ଏଥିରେ ଲେଖାଥିଲା ଯେ ଆମେ ମମତା ବାନାର୍ଜୀଙ୍କ ଛତ୍ରଛାୟା ତଳକୁ ଫେରିବାକୁ ଚାହୁଁଛୁ | ଆଉ କିଛି ଲେଖିଥିଲେ ଯେ ବିଜେପିରେ ଯୋଗଦେବା ଆମର ଭୁଲ ଥିଲା । ବିଜେପି କର୍ମୀମାନେ ବୀରଭୂମ ଜିଲ୍ଲାର ଇଲାମ ବଜାରରେ ଟିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ | ଶେଷରେ ସ୍ଥାନୀୟ ଟିଏମସି ନେତାମାନେ ଏହି ସମସ୍ତ ବିଜେପି କର୍ମୀଙ୍କୁ ଟିଏମସିରେ ସାମିଲ କରିଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ମୁକୁଲ ରାୟ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ଟିଏମସିରେ ଯୋଗଦେବା ପରେ ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ଯାହା ସ୍ଥିତି ଅଛି କେହି ବି ବିଜେପିରେ ରହିବେ ନାହିଁ। ସେ ମମତା ବାନାର୍ଜୀଙ୍କୁ ଦେଶର ସବୁଠାରୁ ବଡ ନେତ୍ରୀ ବୋଲି ବର୍ଣ୍ଣନା କରିଥିଲେ ।

Breaking News