Report Card Odisha

| Daily Odia News

ହାଇକୋର୍ଟଙ୍କ ହ୍ୱାରସ୍ଥ ହେଲା ହ୍ୱାଟସଆପ୍……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ବିଶ୍ୱର ସର୍ବବୃହତ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ୍। ବୁଧବାର ଠାରୁ ସରକାର ଜାରି କରିଥିବା ନିୟମାବଳୀକୁ କାର୍ଯ୍ୟକାରୀ ନକରିବାକୁ ହ୍ଵାଟସଆପ୍ ଦାବି କରିଛି । ନୂତନ ନିୟମ ଅନୁସାରେ, ସରକାର ଫେସବୁକ ମାଲିକାନାରେ ଥିବା ହ୍ୱାଟସଆପକୁ ଗୋପନୀୟତା ନିୟମରୁ ଓହରିଯିବାକୁ କହିଛନ୍ତି। କିଛି ନିୟମ ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ଗୋପନୀୟତା ଅଧିକାରର ଉଲ୍ଲଙ୍ଘନ ବୋଲି କହିଛି ଏହି ସୋସିଆଲ ମିଡିଆ କମ୍ପାନୀ । ଏହି ଆଇନ ଅନୁସାରେ, ଭୁଲ ସୂଚନା ବା ଖବର ଦେଇଥିବା ୟୁଜରଙ୍କୁ ହ୍ୱାଟସଆପ୍ ଠାବ କରିବାକୁ ହେବ । କିନ୍ତୁ ହ୍ଵାଟସଆପ୍ ଏପରି କରିପାରିବ ନାହିଁ ବୋଲି ସିଧାସିଧା କହିଛି । ହ୍ଵାଟ୍ସଆପର କହିବାନୁସାରେ, ଏହାର ମେସେଜ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ହୋଇଛି। ନୂତନ ନିୟମ ପାଳନ କରିବାକୁ ହେଲେ ମେସେଜ୍ ପାଇଥିବା ଏବଂ ସର୍ବ ପ୍ରଥମେ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ପାଇଁ ଏନକ୍ରିପସନ ବ୍ରେକ୍ କରିବାକୁ ପଡ଼ିବ। ଏହି ଆଧାରରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟସଆପ୍ । ତେବେ ହାଇକୋର୍ଟ କେବେ ଶୁଣାଣି କରିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ପ୍ରସଙ୍ଗକୁ ନେଇ ହ୍ଵାଟ୍ସଆପ୍ ମୁଖପାତ୍ର ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ତେବେ ଏହି ମାମଲା ଫେସବୁକ, ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ କମ୍ପାନୀ ସହ ଭାରତ ସରକାରଙ୍କ ଜାରି ବିବାଦକୁ ଆହୁରି ବଢାଇପାରେ। ଗତ ସପ୍ତାହରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟୁଲକିଟ୍ ବିବାଦ କାରଣରୁ ଦିଲ୍ଲୀ ପୋଲିସ ଟ୍ୱିଟର କାର୍ଯ୍ୟାଳୟରେ ପହଞ୍ଚିଥିଲା। ହ୍ୱାଟସଆପ୍ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏକ ଟ୍ୱିଟରେ ‘ମନିପୁଲେଟିଭ୍ ମିଡିଆ’ ଟ୍ୟାଗ୍ କରିଥିଲା। ଏହାପୂର୍ବରୁ ଭାରତ ସରକାର ଟ୍ୱିଟରକୁ ଅନେକ ଟ୍ୱିଟ୍ ଡିଲିଟ୍ କରିବାକୁ କହିଥିଲେ। କେନ୍ଦ୍ର ସରକାର କହିଥିଲେ ଯେ ଏହି ଟୁଇଟ୍ ଗୁଡିକ କରୋନା ମହାମାରୀ ବିଷୟରେ ବିଭ୍ରାନ୍ତିକର ତଥ୍ୟ ସୂଚନା ପ୍ରଦାନ କରୁଛି। ତେଣୁ ଏସୁବୁକୁ ତୁରନ୍ତ ହଟାଇଦେବା ଆବଶ୍ୟକ ।

Breaking News