Report Card Odisha

| Daily Odia News

ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ, ଯେତିକି ଆକଳନ ଥିଲା ତାହାଠାରୁ କମ ହେଲା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହୋଇଛି। ଯେତିକି ଆକଳନ ଥିଲା ତାହାଠାରୁ କମ ହେଲା ସତ, କିନ୍ତୁ ଉପକୂଳର ୪ଟି ଜିଲ୍ଲାରେ ତାଣ୍ଡବ ରଚିଛି ‘ୟାସ’ | ଉପକୂଳ ଅତ୍ରିକମ ସମୟରେ ପବନ ୧୩୦ ରୁ ୧୫୦ ଥିଲା । ଏହାସହ ଆଗାମୀ ୩ ଘଣ୍ଟାରେ ଏହା ଦୁର୍ବଳ ହେବ । ପବନର ବେଗ ହ୍ରାସ ପାଇ ୯୦ ରୁ ୧୦୦ କିମିକୁ ଖସିବ। ପରବର୍ତ୍ତୀ ୬ ଘଣ୍ଟାରେ ପବନ ବେଗ ୬୦ କିମିକୁ ଖସିବ। ଆସନ୍ତା କାଲି ସକାଳେ ଏହା ଡିପ୍‍ ଡ୍ରିପ୍ରେସନ ହୋଇ ଝାଡଖଣ୍ଡ ଯିବ। ଏହାସହ ୧୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସାମୁଦ୍ରିକ ଜୁଆର କମିଛି, ଏବେ ଏହା ୨ ମିଟର ପର୍ଯ୍ୟନ୍ତ ଉଠିପାରେv। ବାତ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ବାତ୍ୟା ଉପକୂଳ ଅତିକ୍ରମ କରିଥିବା ବେଳେ ସର୍ବାଧିକ ୧୩୦ ରୁ ୧୪୦ କିମି ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡିଥିବା ସହ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ନେଇ ସୂଚନା ମିଳିଛି। ସେହିପରି ପବନର ବେଗ କ୍ରମେ ମୟୁରଭଞ୍ଜରେ ବଢିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

Breaking News