ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ବଢୁଥିବା କରୋନା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏହାକୁ ନେଇ ସୋମବାର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍। ଗଣମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ଅଟେ। ତାଙ୍କର ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ ଭାରତରେ କରୋନୋ ଭାଇରସର ଦ୍ବିତୀୟ ଲହର କିପରି ଭୟଙ୍କର ହେଉଛି। ଟେଡ୍ରୋସ୍ କହିଛନ୍ତି ଯେ “ଆମେ ଶେଷ ଯାଏଁ ଯାହା କରିପାରିବୁ ତାହା କରୁଛୁ। ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ସାମଗ୍ରୀ ଯୋଗାଇ ଦିଆଯାଉଛି।” ଏହାବ୍ୟତୀତ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଅନ୍ୟାନ୍ୟ ଜିନିଷ ମଧ୍ୟରେ “ହଜାର ହଜାର ଅମ୍ଳଜାନ କନ୍ସଣ୍ଟ୍ରେର, ପୂର୍ବ ନିର୍ମିତ ମୋବାଇଲ୍ ଫିଲ୍ଡ ହସ୍ପିଟାଲ ଏବଂ ଲ୍ୟାବ” ଆଦି ଯୋଗାଉଛି। WHO ଏହା ମଧ୍ୟ କହିଛି ଯେ ପୋଲିଓ ଏବଂ ଟିବି ସମେତ ବିଭିନ୍ନ କାର୍ଯ୍ୟକ୍ରମର ୨୬୦୦ରୁ ଅଧିକ ବିଶେଷଜ୍ଞ ଭାରତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ମିଶି ମହାମାରୀର ମୁକାବିଲା କରିବା ଲାଗି ଯାଇଛନ୍ତି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..