ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିଠାରୁ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ । ଏନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି କରାଯାଇଥିଲା । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏଁ ନାମ ଲେଖା ସାରିବା ପାଇଁ ନିର୍ଦ୍ଦେଶ ରହିଛି । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ହେବ ନାମଲେଖା । ସମାନ ସ୍କୁଲର ପିଲାଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ନାମଲେଖା ହେବ । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ତେଣୁ କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମ ଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ପାଠ ପଢି ପାରିବେ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।
More Stories
ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର…..
ବିଧାନସଭାରେ କାଗଜ ନୁହେଁ ଲାଗିଲା ଟ୍ୟାବ…..
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…..