Report Card Odisha

| Daily Odia News

ଶୁଟିଂ ସେଟରେ ଗୁଳି ଚଳାଇଲେ ଅଭିନେତା,ସିନେମାଟୋଗ୍ରାଫର ମୃତ, ନିର୍ଦ୍ଦେଶକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକୀ ଅଭିନେତା ଏଲେକ୍ ବାଲ୍ଡୱିନ୍ ଏକ ପ୍ରୋପ୍ ଗନ୍ ଦ୍ୱାରା ହେଉଥିବା ଫିଲ୍ମ ଶୁଟିଂ ସେଟ୍ ରେ ଜଣେ ସିନେମାଟୋ ଗ୍ରାଫରଙ୍କୁ ଫାୟାର୍ କରିଛନ୍ତି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । କେବଳ ସେତିକି ନୁହେଁ ତାଙ୍କ ଫାୟାରିଂରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାଟି ନ୍ୟୁ-ମେକ୍ସିକୋ ଠାରେ ଘଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ସୂଚନା ଦେଇଛନ୍ତି ଆମେରିକାର ଆଇନ୍ ଶୃଙ୍ଖଳା ଅଧିକାରୀ। ତେବେ ଏହି ଅଘଟଣ ଦକ୍ଷିଣ-ପଶ୍ଚିମ ଆମେରିକୀ ରାଜ୍ୟରେ ‘Rust’ ର ଶୁଟିଂ ସେଟ୍ ରେ ଘଟିଛି। ଶୁଟିଂ ସେଟ୍ ରେ ମୁଖ୍ୟ ଭୂମିକା ତୁଲାଉଥିବା ଅଭିନେତା ଏଲେକ୍ ବାଲ୍ଡୱିନଙ୍କ ଦ୍ୱାରା ଘଟିଛି ଏହି ଅଘଟଣ । ଶୁଟିଂ ଚାଲିଥିବା ସମୟରେ ହେଲିନା ହଚିନ୍ସ ଏବଂ ଜୋଏଲ୍ ସୁଜାଙ୍କୁ ଗୁଳି ବାଜିଛି । ଗୁଳି ବାଜିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪୨ ବର୍ଷୀୟ ହଚିନ୍ସଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେ ବଞ୍ଚି ପାରିନଥିଲେ। ଅନ୍ୟପଟେ ନିର୍ଦ୍ଦେଶକ ସୁଜାଙ୍କର ଚିକିତ୍ସା ଏବେ ଜାରି ରହିଛି। ତେବେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ । ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି।ଏହି ମାମଲାରେ ଯାହା ସୂଚନା ରହିଛି ବାଲ୍ଡୱିନଙ୍କ ଦ୍ୱାରା ଫାୟାରିଂ ଭୁଲରେ ଚଳାଯାଇଥିଲା ।

 

 

Breaking News