ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକାସଙ୍ଗେ ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା । ଆଫ୍ରିକାର ମାଲିରେ ଏଭଳି ଖବର ସାମ୍ନାକୁ ଆସିଛି । ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ ନବଜାତ ଶିଶୁମାନେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅଲ୍ଟା ସାଉଣ୍ଡ୍ ରିପୋର୍ଟରେ ହଲିମାଙ୍କ ଗର୍ଭରେ ୭ ସନ୍ତାନ ଥିବା ଉଲ୍ଲେଖ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସେ ୯ ଜଣ ସନ୍ତାକଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରେ ୫ କନ୍ୟା ସନ୍ତାନ ରହିଥିବାବେଳେ ୪ ପୁତ୍ର ସନ୍ତାନ ରହିଛନ୍ତି। ପୂର୍ବରୁ ଅନ୍ୟ ଜଣେ ମହିଳା ଏକାସଙ୍ଗେ ୬ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ମରକ୍କୋ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ରାଚିଡ୍ କୋଓଧାରି ଏଭଳି ଘଟଣା ଦେଶର କୌଣସି ହସ୍ପିଟାଲରେ ଘଟିଥିବା ନେଇ ତାଙ୍କ ପାଖରେ ସୂଚନା ନ ଥିବା କହିଛନ୍ତି।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….