Report Card Odisha

| Daily Odia News

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । କାମ୍ମୁ-କାଶ୍ମୀର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସୋପୋର ଅଞ୍ଚଳର ନାଥୀପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍‌ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଲାଣ କରିଥିଲେ । ଜବାବରେ ସୁରକ୍ଷାବଳ ପାଲଟା ଗୁଳିମାଡ କରିଥିଲେ ଯେଉଁଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ପୂର୍ବରୁ କାଶ୍ମୀର ପୋଲିସ ମହାନୀରିକ୍ଷକ ବିଜୟ କୁମାର କହିଛନ୍ତି, ୨ଜଣ କାଉନସିଲର ଏବଂ ଜଣେ ପୋଲିସ କର୍ମୀଙ୍କୁ ହତ୍ୟାରେ ସାମିଲ ଥିବା ଜଣେ ଆତଙ୍କବାଦୀକୁ ଘେରାଉ କରାଯାଇଛି । ତେବେ ନିହତ ହୋଇଥିବା ଆତଙ୍କବାଦୀ ପରିଚୟ ମିଳିପାରିନାହିଁ ।

Breaking News