Report Card Odisha

| Daily Odia News

ଫାଣ୍ଡି ପରିସରରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର କମିଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଯାଆଁଳା ଫାଣ୍ଡି ପରିସରରୁ ଏକ କାର ମଧ୍ୟରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ | ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ | ୮ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସ ଡିଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି | ପୋଲିସ ର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରି ମାନବିକ ଅଧିକାର କର୍ମୀ ଶ୍ରୀଅଖଣ୍ଡ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ | ୧୨ ଫେବୃୟାରୀ ୨୦୨୧ରେ ଏହି ଘଟଣା ଜଣାପଡିଥିଲା | ଏହି ମହିଳାଙ୍କ ପରିଚୟ ପାଇବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ | ଘଟଣାର ତଦନ୍ତ ଏସଆଇଟିକୁ ହସ୍ତାନ୍ତର କରିବା ଲାଗି ଅଖଣ୍ଡ ନିବେଦନ କରିଥିଲେ |

 

 

Breaking News