ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୋଇ କଳିରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ | କେଉଁଠି ପ୍ରେମିକ ସହ ମିଶି ସ୍ତ୍ରୀ ସ୍ୱାମୀକୁ ମାରି ଦେଲାଣି ତା ଆଉ କେଉଁଠି ସ୍ୱାମୀ ସ୍ତ୍ରୀକୁ | ଦିନକୁ ଦିନ ଅପରାଧର ମାତ୍ରା ବଢିବାରେ ଲାଗିଛି । ପୁଅ ସହ ମିଶି ଜଣେ ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା କରିଥିବା ଭଳି ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଦିଲ୍ଲୀର ଜ୍ୱାଲାପୁରୀ ଅଞ୍ଚଳରେ ଜୋତା ସିଲେଇ କରୁଥିବା ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ନିଜ ପୁଅ ସହ ମିଶି କଇଁଚି ଦ୍ୱାରା ସ୍ୱାମୀଙ୍କର ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ପୁଅ ନାବାଳକ ହୋଇଥିବାରୁ ତାକୁ ପୋଲିସ ହେପାଜତରେ ରଖାଯାଇଛି । ପୋଲିସ ର ସୂଚନା ଅନୁସାରେ- ମୃତକଙ୍କ ସ୍ତ୍ରୀ ଘରୋଇ କଳିରୁ ବିରକ୍ତ ହୋଇ ଏପରି କରିଛନ୍ତି । ମୃତକଙ୍କ କାମରେ ଅସନ୍ତୁଷ୍ଟ ଥିଲେ ସ୍ତ୍ରୀ । ତେବେ ଜୁନ ୭ରେ ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା ଏବଂ ଉତକ୍ଷିପ୍ତ ସ୍ତ୍ରୀ ନିଜ ପୁଅ ସହ ଏକ ଧାରୁଆ କଇଁଚିରେ ଆକ୍ରମଣ କରିଥିଲେ ସ୍ୱାମୀଙ୍କୁ ।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..