ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିଥିଲେ ବୋଲି ଆଜି କଂଗ୍ରେସ ପାର୍ଟି ତରଫରୁ ‘ମହିଳା ସଂରକ୍ଷଣ ବିଲ୍’ ଉପରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ବିତର୍କ ଆରମ୍ଭ କରି ସେ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ। ମୋର ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏହି ବିଲ୍ ଉପସ୍ଥାପନ ଥିଲେ। କିନ୍ତୁ, ରାଜ୍ୟସଭାରେ ମାତ୍ର ୭ ଖଣ୍ଡ ଭୋଟ୍ରେ ଏହା କାଟ ଖାଇଯାଇଥିଲା। ଯଦି ଗୃହରେ ଏହି ବିଲ୍ ପାରିତ ହୋଇଯାଏ ତେବେ ରାଜୀବ ଗାନ୍ଧୀଙ୍କ ପରିକଳ୍ପନା ସାକାର ହେବ। ମହିଳାମାନେ ଏଥିପାଇଁ ଆଗରୁ ଅପେକ୍ଷା କରିଥିଲେ ଏବଂ ଆଉ କିଛି ବର୍ଷ ଅପେକ୍ଷା କର ବୋଲି ଏବେ ସେମାନଙ୍କୁ କୁହାଯାଇଥିବା କଥା ସୋନିଆ ଗାନ୍ଧୀ କହିଛନ୍ତି। ଏହି ବିଲ୍ ଉତ୍ତମ ରୂପେ ଲାଗୁ କରାଯିବାରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ଏବଂ ଏଥିରେ ‘ଏସ୍ସି’ ଏବଂ ‘ଓବିସି’କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ ଜାତିଭିତ୍ତିକ ଜନଗଣନା କଥା କହିବାରୁ ସଂସଦରେ ହଟ୍ଟଗୋଳ ହୋଇଛି। କିନ୍ତୁ ୩୩% ସଂରକ୍ଷଣ ଭିତରେ ଓବିସି ବର୍ଗର ମହିଳାଙ୍କ ପାଇଁ ମଧ୍ୟ କୋଟା ବ୍ୟବସ୍ଥା ହେବା ଉଚିତ। ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ କହିଲେ, ମହିଳାମାନଙ୍କ ପାଇଁ ‘ଓବିସି କୋଟା’କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉପକ୍ଷୋ କରିଥିଲେ। ମହିଳା କୋଟା ନାଁ’ରେ କଂଗ୍ରେସ ‘ଲଲିପପ୍’ ଦେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..