ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ତ୍ତମାନ ଏହି କରୋନା ସଂକଟରେ ଆଗଧାଡିର ଯୋଦ୍ଧା ହେଉଛନ୍ତି ସ୍ୱାସ୍ଥ୍ୟ କର୍ମୀ | ଦିନ ରାତି ଏକକରି କରୋନା ସଂକ୍ରମିତ ଲୋକଙ୍କ ସାଙ୍ଗରେ ରହି ସେବା ଯୋଗାଇ ଆସୁଛନ୍ତି ନର୍ସେସ | ଆଜି ହେଉଛି ଅନ୍ତର୍ଜାତୀୟ ସେବିକା ଦିବସ ବା ନର୍ସେସ ଡେ। ପ୍ରତିବର୍ଷ ଆଜିର ଦିନକୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ବ୍ରିିଟେନ୍ ଜନ୍ମିତ ବିଶ୍ୱ ପ୍ରସିଦ୍ଧ ନର୍ସ, ସମାଜ ସଂସ୍କାରକ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଉଛି। ବିଶେଷ କରି ବର୍ତ୍ତମାନର ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ଟେଷ୍ଟିଂ, ଟିକାଦାନ ଅବା ମେଡିକାଲରେ ଆକ୍ରାନ୍ତଙ୍କୁ ସେବା କରିବା ସବୁବେଳେ ସେମାନଙ୍କ ଅବଦାନ ପ୍ରଶଂସନୀୟ। ନର୍ସେସ ଡେ ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ଵିଟ୍ କରି ନର୍ସଙ୍କ ସେବା କାର୍ଯକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, ଏହି ଦିବସରେ ସମସ୍ତ ନର୍ସଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ କୃତଜ୍ଞତା ଜଣାଇବାର ଏକ ଅବସର।






More Stories
୧ରୁ ଭିତରକନିକା ବନ୍ଦ…..
ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ…..
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……