Report Card Odisha

| Daily Odia News

କର୍ମଚାରୀଙ୍କ ଛଟେଇ କରିବ ‘ୟାହୁ’….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରାରମ୍ଭିକ ଇଣ୍ଟରନେଟ୍ ଯୁଗର ଅଗ୍ରଦୂତମାନଙ୍କ ମଧ୍ୟରୁ ‘ୟାହୁ’ ହେଉଛି ଅନ୍ୟତମ ବୈଷୟିକ କମ୍ପାନି। ଖର୍ଚ୍ଚ କାଟ କରିବା ପାଇଁ କମ୍ପାନି ଏବେ ପ୍ରାୟ ୧୦୦୦ କର୍ମଚାରୀଙ୍କ ଛଟେଇ କରିବ ବୋଲି ସୂଚନା ମିଳିଛି | ଯାହାକି କର୍ମଶାଳାର ପ୍ରାୟ ୧୨ ପ୍ରତିଶତ ହେବ। ଏହି ସପ୍ତାହ ମଧ୍ୟରେ କମ୍ପାନି କର୍ମଚାରୀମାନଙ୍କ ନିକଟକୁ ମେଲ୍‌ ପଠାଇବ ବୋଲି ଜାଣିବାକୁ ମିଳିଛି। ଏ ନେଇ କମ୍ପାନିର ମୁଖପାତ୍ର ଏକ ପ୍ରକାଶନୀକୁ ସୂଚନା ଦେଇଛନ୍ତି। ସେହିପରି ଏକ ସାକ୍ଷାତ୍‌କାରରେ ସିଇଓ ଜିମ୍‌ ଲାନ୍‌ଜୋନ୍‌ କହିଛନ୍ତି ଯେ କମ୍ପାନିର ଏହି ସମୂହ ଛଟେଇ ନୀତି ‘ୟାହୁ’ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ୟାହୁ’ ଆଗକୁ ତା’ର ବିଜ୍ଞାପନ ପ୍ଲାଟ୍‌ଫର୍ମ ‘ଜେମିନି’କୁ ବନ୍ଦ କରିବାକୁ ଯାଉଛି। ନିକଟରେ ୟାହୁ ‘ଟାବୁଲା’ ନାମକ ଏକ ବିଜ୍ଞାପନ ସଂସ୍ଥା ସହ ସହଭାଗିତା କରିଛି, କମ୍ପାନି ଏବେ ତାହାକୁ ଆଉଟ୍‌ସୋର୍ସିଂ କରିବ। ତେବେ ଖର୍ଚ୍ଚ କାଟ କରିବା ପାଇଁ ଏପରି ନିଷ୍ପତ୍ତି ନେବାରେ ‘ୟାହୁ’ ଏକମାତ୍ର କମ୍ପାନି ନୁହେଁ। ପୂର୍ବରୁ ମଧ୍ୟ ଅନେକ ନାମୀଦାମୀ କମ୍ପାନି ଏହି ନୀତି ଆପଣେଇ ସାରିଛନ୍ତି। ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ୍, ଟ୍ବିଟର ଆଦି କମ୍ପାନି ପରେ ଆଉ ଏକ ଆମେରିକୀୟ କମ୍ପାନି ଡିଜ୍‌ନି ୭ ହଜାର କର୍ମଚାରୀଙ୍କୁ ‌ଛଟେଇ କରିବ ବୋଲି ବି ଶୁଣିବାକୁ ମିଳୁଛି। ତ୍ରୟମାସିକ ଆର୍ଥିକ ଫଳ ଘୋଷଣା ପରେ କମ୍ପାନି ଖର୍ଚ୍ଚକାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି।

Breaking News