Report Card Odisha

| Daily Odia News

ଟିଏମସିରେ ଯୋଗଦେଲେ ବିଜେପିର ପୂର୍ବତନ ବରିଷ୍ଠ ନେତା ଯଶୱନ୍ତ ସିହ୍ନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରୁ ଏକାଧିକ ବିଧାୟକ ଏବଂ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବାବେଳେ ଆଜି ବିଜେପିର ପୂର୍ବତନ ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଟିଏମସିରେ ଯୋଗଦେଇଛନ୍ତି । ସୂଚନା ଅନୁସାରେ -୨୦୧୮ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ବିଜେପି ହାତ ଛାଡ଼ିଥିଲେ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ ଅର୍ଥମନ୍ତ୍ରୀ ରହିଥିଲେ। ଶନିବାର କଲକାତାସ୍ଥିତ ତୃଣମୂଳ ଭବନରେ ଟିଏମସି ନେତା ଡେରେକ ଓ ବ୍ରାଏନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ। ଟିଏମସିରେ ଯୋଗଦେବା ପରେ ଯଶବନ୍ତ କହିଛନ୍ତି, ଦେଶ ଏବେ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛି। ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ରରେ ରହିଥିବା ଅନୁଷ୍ଠାନଗୁଡ଼ିକର ଶକ୍ତିରେ ନିହିତ ରହିଛି। ନ୍ୟାୟାଳୟ ସମେତ ଏସବୁ ଅନୁଷ୍ଠାନଗୁଡ଼ିକ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି। ତେବେ ଯଶବନ୍ତ ଟିଏମସିରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

Breaking News