ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ବିଜେପି ବିଧାୟକ ଦଳ ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବରେ ବଛାଯାଇଛି। ଆସନ୍ତାକାଲି ଯୋଗୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଧାୟକ ଦଳର ନେତା ହେବା ପରେ ଯୋଗୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛି। ଏଭଳି ହେବା ପ୍ରଥମ। ଜାତୀୟତା ଏବଂ ଉତ୍ତମ ଶାସନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିହେବ ବୋଲି ବିଜେପି ପ୍ରମାଣ କରି ଦେଖାଇଛି। ଆହୁରି କହିଛନ୍ତି ଯେ, ଦଳ ୨୦୧୭ରେ ମୋ ଉପରେ ବିଶ୍ୱାସ କରିଥିଲା। ସେତେବେଳେ ମୁଁ କେବଳ ସାଂସଦ ଥିଲି ଏବଂ ମୋର କୌଣସି ପ୍ରଶାସନିକ ଅଭିଜ୍ଞତା ନଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମୋ ପାଇଁ ପରାମର୍ଶଦାତା ସାଜିଥିଲେ। ଜଣେ ସାଂସଦ ଏକ ସୀମିତ ପରିସର ଭିତରେ ରହି ଶାସନ କରେ। କିନ୍ତୁ ୟୁପି ଭଳି ରାଜ୍ୟକୁ ଶାସନ କରିବା ଏକ ଭିନ୍ନ କଥା ଏବଂ ମୋତେ ମିଳିଥିବା ମାର୍ଗଦର୍ଶନ ଯୋଗୁଁ ମୁଁ ୟୁପିରେ ଭଲ ଶାସନ କରିପାରିଛି ବୋଲି ଭାବୁଛି। ଏହି କାରଣରୁ ଲୋକେ ମୋତେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..
ଆଉ ଏକ ଖୁଲାସା କଲେ ରାହୁଲ…..