Report Card Odisha

| Daily Odia News

ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ପରସ୍ପର ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ମହାସଚିବ ଓ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରେ ଅପରାଧ ପ୍ରସଙ୍ଗକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ଦର୍ଶାଇ ଶନିବାର ଦିନ ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ କହିଛନ୍ତି, ‘ଏନସିଆରବି ତଥ୍ୟ ଅନୁଯାୟୀ, ମହିଳା ଓ ଦଳିତଙ୍କ ପ୍ରତି ଅପରାଧ, ହତ୍ୟା, ଅପହରଣ ମାମଲା ଓ ହିଂସା ଅପରାଧ ମାମଲାରେ ରାଜ୍ୟ ଟପରେ ଅଛି। ଉତ୍ତର ପ୍ରଦେଶ ସରକାରଙ୍କ ଦାବିର ଠିକ ଓଲଟା, ରାଜ୍ୟରେ ଅପରାଧ ଚରମ ସୀମାରେ ଅଛି।’ ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ରେ ମହିଳାଙ୍କ ପ୍ରତି ଅପରାଧ ମାମଲା ମଧ୍ୟରୁ ୨୮୦୪୬ ଦୁଷ୍କର୍ମ ମାମଲା। ପୀଡିତାଙ୍କ ମଧ୍ୟରେ ୨୫୪୯୮ ବୟସ୍କ ଓ ୨୬୫୫ ନାବାଳିକା ଅଛନ୍ତି। ଏନସିଆରବି ତଥ୍ୟ ଅନୁସାରେ, ୨୦୧୯ରେ ଦୁଷ୍କର୍ମ ମାମଲା ୩୨୦୩୩, ୨୦୧୮ରେ ୩୩୩୫୬, ୨୦୧୭ ରେ ୩୨୫୫୯ ଥିଲା। ଗତ ବର୍ଷ ଉତ୍ତର ପ୍ରଦେଶରେ ୨୭୬୯ ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି।

 

Breaking News