ରିପୋର୍ଟ କାର୍ଡ / କଟକ
ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକ ଜଣକ ହେଲେ କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଆସି ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ରାତି ହୋଇଥିବାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ,ଏହା ପଛରେ କେଉଁ କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଛି।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..