Report Card Odisha

| Daily Odia News

ରାଜଧାନୀରେ ସାଙ୍ଗକୁ ଛୁରାମାଡ଼ କଲା ସାଙ୍ଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରକ୍ତରେ ରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ଜଣେ ସାଙ୍ଗକୁ ଆଉ ଜଣେ ସାଙ୍ଗ ଛୁରାମାଡ଼ କରିଛି । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍‌କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ ଶେକ୍‌ ଅବ୍‌ଦୁଲ୍‌ଙ୍କ ପେଟର ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।

 

Breaking News