Report Card Odisha

| Daily Odia News

ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଓଡ଼ିଶା କରୋନା ନିୟନ୍ତ୍ରଣରେ ସକ୍ଷମ ହୋଇଛି । ତେବେ ଏବେବି ବିପଦ ଟଳିନାହିିଁ । ମହାରାଷ୍ଟ୍ର, ପଞ୍ଜାବ ଭଳି କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ଲକଡାଉନ ପୁଣି ଫେରିଛି । କରୋନା ଆମ ଅର୍ଥନୀତି ଓ ପାଠପଢ଼ା ଆଦିକୁ ପ୍ରଭାବିତ କରିଛି । ଆପଣମାନଙ୍କର ତ୍ୟାଗ ଓ ସତର୍କତା ଯୋଗୁଁ ଆମେ କରୋନାର ମୁକାବିଲା କରିପାରିଛୁ । ଲକଡାଉନ ସ୍ଥିତି ଯେଭଳି ନଫେରିବ ସେଥିପ୍ରତି ଆମେ ସତର୍କ ରହିବା ଦରକାର । ତେଣୁ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ଦରକାର । ମୁହଁ, ନାକ ଆଦିରେ ହାତ ମାରିବା ନାହିଁ । ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ । ଏଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି । କରୋନା ଯୁଦ୍ଧରେ ଆମେ ବହୁ କରୋନା ଯୋଦ୍ଧାକୁ ହରାଇଛେ । ସେମାନଙ୍କ ପରିବାରର ଆଖିରୁ ଏଯାଏଁ ବି ଲୁହ ଶୁଖିନାହିଁ । କରୋନା ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Breaking News