Report Card Odisha

| Daily Odia News

ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀଲଙ୍କା ନିଜ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁସଲିମ୍‌ ମହିଳା ପିନ୍ଧୁଥିବା ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛି। ସେହିପରି ଦେଶରେ ଥିବା ହଜାରେରୁ ଅଧିକ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ(ମଦ୍ରାସା)କୁ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀଲଙ୍କାର ସର୍ବସାଧାରଣ ସୁରକ୍ଷା ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି। ତାଙ୍କ ସମୟରେ(ପିଲା ବେଳେ) ଦେଶରେ କୌଣସି ମୁସଲିମ୍‌ ମହିଳା କି ଯୁବତୀ ଏପରି ବୁର୍ଖା ପିନ୍ଧୁନଥିବା ବେଳେ ଏହି ପ୍ରଥା ଏବେ କଠୋର ଧାର୍ମିକ ପ୍ରଥା ଭାବେ ଉଭା ହୋଇଛି। ତେବେ ଜାତୀୟ ସୁରକ୍ଷା କାରଣରୁ ତାହାକୁ ତୁରନ୍ତ ନିଷିଦ୍ଧ କରିବାକୁ କ୍ୟାବିନେଟ ମଞ୍ଜୁର କରିଛି ବୋଲି ବୀରଶେଖରା କହିଛନ୍ତି। ସେହିପରି ଦେଶରେ ଯିଏ ଯେଉଁଠି ଯାହା ଚାହିଲା ତାହା ପିଲାଙ୍କୁ ପଢ଼ାଇପାରିବନି ବୋଲି ସେ କହିଛନ୍ତି। ତେଣୁ ଜାତୀୟ ଶିକ୍ଷା ନୀତି ଆଧାରରେ ମଦ୍ରାସାଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ସେ କହିଛନ୍ତି।

Breaking News