ରିପୋର୍ଟ କାର୍ଡ / ବଲାଙ୍ଗିର
ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି। ଏହି ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ମିଳିଛି । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ଏହି ଟଙ୍କା ଜବତ ହୋଇଛି । ପୋଲିସ ଏହି ଟଙ୍କାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି। ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି। ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରେ ଚେକି ଚାଲିଥିବା ବେଳେ ପୁଲିସ ଏକ କାର୍ରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା। ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ କାର୍ ଥିବା ଚାଳକ ସନ୍ତୋଜନକ ଉତ୍ତର ଦେଇ ପାରି ନଥିଲେ।ପରେ ପୋଲିସର ସନ୍ଦେହ ବଢ଼ିଥିଲା। ପୋଲିସ ଟଙ୍କାକୁ ଜବତ କରି ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିବା ପରେ ତନାଘନା ଜାରିରହିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..