ରିପୋର୍ଟ କାର୍ଡ / ବଲାଙ୍ଗିର
ଜାଲ୍ ସାର୍ଟିଫିକେଟର ଚେର ସମଗ୍ର ରାଜ୍ୟରେ ଲମ୍ବିଥିବା ଜଣାଯାଇଛି। ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ଘଟଣା ପୁରୀ ଜିଲ୍ଲାରେ ବି ପଦାକୁ ଆସିଛି। ଏପରି ଏକ ସାଂଘାତିକ ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି ୪ ଶିକ୍ଷକ । ଏହି ୪ ଶିକ୍ଷକ ସ୍କୁଲର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଜଣାଯାଇଛି। ସେମାନେ ହେଲେ କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁ ଜିଓପି ସ୍କୁଲର ନନ୍ଦ କିଶୋର ସେଠୀ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ବିଏଡ ସାର୍ଟିଫିକେଟ ଫେକ୍ ବୋଲି ଜଣା ପଡ଼ିଥିବା ବେଳେ ସତ୍ୟସୁନ୍ଦର ବିଶ୍ୱାଳଙ୍କର ବିଏସସି ସାର୍ଟିଫିକେଟ ଫେକ୍ ଥିବା ଜଣାଯାଇଛି।






More Stories
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……