Report Card Odisha

| Daily Odia News

ବିରୋଧୀ ହିଁ ଲୋକମାନଙ୍କ ମୁଣ୍ଡରେ ଇଭିଏମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରାଏଲ୍ (VVPAT) ସ୍ଲିପ୍ ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ବ୍ୟବହାର କରି ଦିଆଯାଇଥିବା ଭୋଟର ୧୦୦% ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ରାୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଶକ୍ତ ଝଟକା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିହାରରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି ଯେ “ବିରୋଧୀ ହିଁ ଲୋକମାନଙ୍କ ମୁଣ୍ଡରେ ଇଭିଏମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଆଜି ଯେତେବେଳେ ପୂରା ବିଶ୍ୱ ଭାରତର ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନରେ ବ୍ୟବହାର ହେଉଥିବା ଟେକ୍ନୋଲୋଜିକୁ ପ୍ରଶଂସା କରୁଛି ସେତେବେଳେ ଏଭଳି ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଇଭିଏମକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଆପଣମାନେ ଦେଶର ଗଣତନ୍ତ୍ର ଓ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନର ଶକ୍ତିଙ୍କୁ ଦେଖନ୍ତୁ, ଆଜି ସୁପ୍ରିମକୋର୍ଟ ଏହି ଶକ୍ତି ବଳରେ ସେମାନଙ୍କୁ ଶକ୍ତ ଝଟକା ଦେଇଛନ୍ତି। ଯେଉଁମାନେ ବାଲଟ ବକ୍ସ ଲୁଟ କରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ବାଲଟ ପେପର ଭଳି ପୁରୁଣା ଯୁଗ ଆଉ ଫେରିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ଓ ଇଣ୍ଡିଆ ବ୍ଲକର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏନଡିଏର ଲକ୍ଷ୍ୟ ହେଲା ଲୋକଙ୍କୁ ସଶକ୍ତ କରିବା। କିନ୍ତୁ ଇଣ୍ତିଆ ବ୍ଲକ କେବଳ ନିଜର ସ୍ୱାର୍ଥ ପାଇଁ ଦେଶ ଓ ଏହାର ନାଗରିକଙ୍କୁ ଶୋଷିବା ଜାଣିଛି ବୋଲି ମୋଦି ଦାବି କରିଛନ୍ତି।

 

Breaking News