ରିପୋର୍ଟ କାର୍ଡ / ଭୁବନେଶ୍ୱର
ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ସୂଚନା ରହିଛି । ଟ୍ୟାକ୍ସ ଖିଲାପକାରୀଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି ଡେପୁଟି କମିଶନର। ଜୋନାଲ ଡେପୁଟି କମିଶନର (ଜେଡିସି) ଙ୍କ ନିର୍ଦ୍ଦେଶ ଅନୁଯାୟୀ ୱାର୍ଡ ଅଧିକାରୀମାନେ ହୋଲଡିଂ ଟ୍ୟାକ୍ସ ସଂଗ୍ରହ କରିବେ। ସେମାନେ ଟ୍ୟାକ୍ସ ଖିଲାପକାରୀଙ୍କ ତାଲିକା ସମ୍ପୃକ୍ତ ଜେଡିସିଙ୍କ ନିକଟରେ ମଧ୍ୟ ଦାଖଲ କରିବେ। ସେମାନଙ୍କ ବିରୋଧରେ ଓଡିଶା ପବ୍ଲିକ୍ ଡିମାଣ୍ଡ ରିକୋଭରି (ଓପିଡିଆର୍) ଅଧିନିୟମ, ୧୯୬୨ ଅନୁଯାୟୀ ଏକ ମାମଲା ରୁଜୁ କରାଯିବ। ସୂତ୍ରରୁ ପ୍ରକାଶ ଯେ, କରୋନା ମହାମାରୀ ଯୋଗୁଁ ସଂସ୍ଥାର ବହୁତ ରାଜସ୍ୱ ହାନୀ ଘଟିଛି। ଯେଉଁଥିପାଇଁ ଏହା ସମସ୍ତ ବାସିନ୍ଦାଙ୍କଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରି କ୍ଷତିପୂରଣ ଭରଣ କରିବାକୁ ଆଶା ରଖିଛି।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……