Report Card Odisha

| Daily Odia News

ଆମ୍ ଆଦମୀ ପାର୍ଟିରେ ସାମିଲ ହେଲେ ମିସ୍ ଇଣ୍ଡିଆ ମାନସୀ

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଡ୍ଡାଙ୍କ ଉପସ୍ଥିତିରେ ମିସ୍ ଇଣ୍ଡିଆ ଦିଲ୍ଲୀ-୨୦୧୯ ମାନସୀ ସେହଗଲ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ମାନସୀ ଜଣେ ପ୍ରଶିକ୍ଷିତ ଇଞ୍ଜିନିୟର । ତାଙ୍କର ନିଜର ଏକ ଷ୍ଟାର୍ଟଅପ ଅଛି । ମିସ୍ ଇଣ୍ଡିଆ ଦିଲ୍ଲୀ ପ୍ରତିଯୋଗିତାରେ ନିଜ ପରିଚୟରେ ସେ କହିଥିଲେ ଯେ ପରୋପକାର ଓ ଅଙ୍ଗଦାନରେ ତାଙ୍କର ରୁଚି ଅଛି । ରାଘବ ଚଡ୍ଡା କହିଛନ୍ତି ଯେ ଆମଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲ ଯୁବକମାନଙ୍କ ରାଜନୀତିରେ ସାମିଲ ହେବା ଓ ଲୋକଙ୍କ ସେବା କରିବାରେ ବିଶ୍ୱାସ ଜାଗ୍ରତ କରନ୍ତି । ଆପ ପରିବାର ଦିନକୁ ଦିନ ବଢ଼ି ଚାଲିଛି । ମାନସୀଙ୍କୁ ମୁଁ ଆପ୍ ପରିବାରକୁ ସ୍ୱାଗତ କରୁଛି । ଆପ୍‌ରେ ସାମିଲ ହୋଇ ମାନସୀ କହିଛନ୍ତି ଯେ ସେ କମ୍ ବୟସରୁ ହିଁ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । କୌଣସି ରାଷ୍ଟ୍ରର ସମୃଦ୍ଧି ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ଦୁଇଟି ମୁଖ୍ୟ ଆଧାର । ଗତ କିଛି ବର୍ଷରେ ଏହି ଦୁଇଟି କ୍ଷେତ୍ରରେ କେଜ୍ରିୱାଲଙ୍କ ନେତୃତ୍ୱରେ ଅନେକ ପରିବର୍ତନ ଦେଖିଛନ୍ତି ବୋଲି ସେ କହିଛନ୍ତିି ।

Breaking News