ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି। ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ ପାଇବା ପରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସତର୍କ ହେବା ସହିତ ବିଶ୍ଵକପ୍ ଇଭେଣ୍ଟରେ ଯେପରି କୌଣସି ବାଧା ନ ଉପୁଜେ ସେଥିଲାଗି ନିଜକୁ ପ୍ରସ୍ତୁତ ରଖିଥିବା ସୂଚନା ଦେଇଛି। ବିଶ୍ଵକପ ପାଇଁ ସମସ୍ତ ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ କ୍ରିକେଟ ୱେଷ୍ଟଇଣ୍ଡିଜ (ସିଡବ୍ଲୁଆଇ) ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସୂଚନା ଅନୁସାରେ, ପ୍ରୋ-ଇସଲାମିକ୍ ଷ୍ଟେଟ୍ (ଆଇଏସ)ର ଗଣମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ନେଇ ପ୍ରଚାର ଅଭିଯାନ କରାଯାଉଛି। ଏଥିରେ ସଂଗଠନର ଆଫଗାନିସ୍ତା-ପାକିସ୍ତାନ ଶାଖା ଆଇଏସ ଖୋରାସନ ଏକ ଭିଡିଓ ବାର୍ତ୍ତା ଶେୟାର କରିଛି। ନିଜ ନିଜ ଦେଶରେ ଆୟୋଜିତ ହେଉଥିବା କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକରେ ହିଂସା ସୃଷ୍ଟି କରିବା ପାଇଁ ସଂଗଠନ ଏହାର ସମର୍ଥକମାନଙ୍କୁ ପ୍ରବର୍ତ୍ତାଉଛି।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..