Report Card Odisha

| Daily Odia News

ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ହଟ୍ଟଗୋଳ ହୋଇଛି ।ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଦ୍ୱିତୀୟ ଦିନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ,ଶକ୍ତି,କ୍ରୀଡା ଓ ଯୁବ କଲ୍ୟାଣ,ଶିଳ୍ପ,ସୂଚନା ପ୍ରଯୁକ୍ତି ସୂକ୍ଷ୍ମ,ଯୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆଦି ବିଭାଗର ପ୍ରଶ୍ନ ଉତ୍ତର କାଳ ରହିଛି । ବିଭାଗୀୟ ମନ୍ତ୍ରୀ ଗୃହରେ ପ୍ରଶ୍ନର ଉତ୍ତର ରଖିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । କୋଟିଆ, ମଣ୍ଡି ସମସ୍ୟା, ଚାଷୀ ପ୍ରସଙ୍ଗ ନେଇ ଗୃହ ସରଗରମ ହେବାର ମଧ୍ୟ ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ଗତକାଲି ବିଧାନସଭାରେ ମଧ୍ୟ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ସମୟରେ ପ୍ରତିବାଦ ହୋଇଥିଲା । ଫଳରେ ବାଚସ୍ପତି ଆଜି ଯାଏ ଗୃହକୁ ମୁଲତବୀ ରଖିଥିଲେ ।

Breaking News