ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର । ଫ୍ଲୋର୍ ଟେଷ୍ଟରେ ପରାଜିତ ହେଲା ଭି ନାରାୟଣସ୍ୱାମୀ ସରକାର । କିଛି ଦିନ ଧରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଜଣକ ପରେ ଜଣେ କଂଗ୍ରେସ ବିଧାୟକ ଦଳ ଛାଡ଼ିବାକୁ ଆରମ୍ଭ କରିଥିଲେ । ଗୋଟିଏ ମାସ ମଧ୍ୟରେ ପ୍ରାୟ ୪ ଜଣ ବିଧାୟକ ଦଳ ଛାଡ଼ିଥିଲେ । ଯାହାକି ପୁଡୁଚେରୀ କଂଗ୍ରେସ ପାଇଁ ଝଟକା ହୋଇଥିଲା । ୪ ଜଣ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ବହୁମତ ହରାଇଥିଲା । ଏଥିପାଇଁ ଫ୍ଲୋର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନୂଆ କରି ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ । ହେଲେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲେ ନାରାୟଣସ୍ୱାମୀ । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ରବିବାର ସନ୍ଧ୍ୟାସୁଦ୍ଧା ପୁଡୁଚେରୀ ସରକାରଙ୍କ ପାଖରେ ମାତ୍ର ୧୧ ବିଧାୟକ ଥିଲେ । ଏହି ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ । ଇସ୍ତଫା ଦେଇଥିବା ବିଧାୟକମାନେ ଜନତାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
କଂଗ୍ରେସରେ ମିଶିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଭଣଜା…..
ମୋହନ ସରକାର କୁ ୧୦୦ ଦିନ,ପୁରୀରେ ଭବ୍ୟ କାର୍ଯ୍ୟକ୍ରମ…..