Report Card Odisha

| Daily Odia News

ଶିକ୍ଷକଙ୍କ ନାଁରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ…..

ରିପୋର୍ଟ କାର୍ଡ / କଳାହାଣ୍ଡି

ଶିକ୍ଷକ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁରରେ | ଏନେଇ ରାମପୁର ଥାନାରେ ଛାତ୍ରୀଙ୍କ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ମିଳିଥିବା ସୂଚନା ଅନୁସାରେ – ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ବେଲଗାଁ ୟୁଜିଏଚଏସ୍‌ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଏପରିକି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡରେ ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ଛାଡି ଫେରାର ହୋଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଏତଲା ଆଧାରରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ଆସିଥିବା ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଯଦି ଘଟଣା ପ୍ରକୃତରେ ସତ ହୋଇଥିବ, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ଉଠିଛି ।

Breaking News