Report Card Odisha

| Daily Odia News

ସ୍କୁଲରେ ହେବନି ରବିବାର କ୍ଲାସ୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ଏପ୍ରିଲ ମାସରୁ ଆଉ ସ୍କୁଲରେ ହେବନି ରବିବାର କ୍ଲାସ୍‌ | କେବଳ ରିଭିଜନ କ୍ଲାସ୍‌ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କହିଛନ୍ତି, କୋର୍ସ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର କ୍ଲାସ୍‌ର ଆବଶ୍ୟକ ନାହିଁ। ସ୍କୁଲରେ ମଧ୍ୟ ପିଲାଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଫୋକସ କରୁଛନ୍ତି । ସୂଚନା ଅନୁସାରେ- କିଛିଦିନ ପୂର୍ବରୁ ସକାଳୁଆ ସ୍କୁଲ୍‌ ସମୟ ବଦଳିଥିଲା । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ କ୍ଲାସ୍‌ ହେବାନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲା। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା।

Breaking News