ରିପୋର୍ଟ କାର୍ଡ / ଭୁବନେଶ୍ଵର
ଓଡ଼ିଶାରେ ପହଞ୍ଚିଛି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା | ଏହି ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ। ରାଜ୍ୟରେ ଟିକା ଅଭାବ ଦେଖାଦେଇଥିବା ବେଳେ ଆଜି ୧ ଲକ୍ଷ ଟିକା ଆଜି ସେରମ୍ ସେରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ ଓଡ଼ିଶା ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ଦେବା ନେଇ ଘୋଷଣା କରିଥିଲେ । ଏନେଇ ସରକାର ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଟିକା ଦେବା ପାଇଁ ଅର୍ଡର କରିଥିଲେ । ଇନ୍ଷ୍ଟିଚ୍ୟୁଟ୍କୁ ମୋଟ ୩ କୋଟି ୭୭ ଲକ୍ଷ ଟିକା ପାଇଁ ସରକାର ଦାବି କରିଥିଲେ । ଏହାର ପ୍ରଥମ ପର୍ଯ୍ୟାୟ ଟିକା ଆଜି ଭୁବନେଶ୍ୱରରେ ପହଞ୍ଚିଛି ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….