Report Card Odisha

| Daily Odia News

୪ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୃଥକ ଫୋନ୍ କଲରେ କଥା ହୋଇଛନ୍ତି | ସେମାନଙ୍କ ରାଜ୍ୟରେ କରୋନାଭାଇରସ୍ ସ୍ଥିତି କେମିତି ରହିଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ତେବେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ କଥା ହୋଇଥିବା ଜଣାପଡିଛି | ଏହି ୪ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ଅଧିକ ରହିଥିବା ବେଳେ ନିୟନ୍ତ୍ରଣକୁ ଆଣିବା ପାଇଁ କଣ ସବୁ ପଦକ୍ଷପ ନିଆଯାଉଛି, ସେ ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି | ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟୁଇଟ କରି କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବରେ ହ୍ରାସ ପାଉଥବା ସହ ସୁସ୍ଥତା ହାର ଦ୍ରୁତ ଗତିରେ ବଢୁଥିବା ବିଷୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି | ଜନତା କର୍ଫ୍ୟୁ ସମେତ ଏହି ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ଲେଖିଛନ୍ତି। ସେହିଭଳି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ରୋଗୀଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ରାଜ୍ୟ ସରକାର କ’ଣ କରୁଛନ୍ତି, ଡାକ୍ତରଖାନା ଶଯ୍ୟା ସ୍ଥିତି ଏବଂ ଟିକାକରଣ ଅଭିଯାନ ଉପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି। ଏହା ସହ ମହାରାଷ୍ଟ୍ରରେ କୋଉଇନ ଆପକୁ ନେଇ ହେଉଥିବା ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ଜଣାପଡିଛି |

Breaking News