ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ଅନେକ ଅଂଚଳ ତାଲିବାନ୍ କବ୍ଜାରେ | ତାଲିବାନ୍ର ହିଂସା ଶୀର୍ଷ ସୀମାରେ ପହଂଚିଲାଣି । ବନ୍ଧୁକ ମୁନରେ ଏବେ ଶାସନ କ୍ଷମତା ହାତକୁ ନେବାକୁ ବସିଲାଣି ତାଲିବାନୀ । ଏଭଳି ସ୍ଥିତିରେ ମୁହଁ ଖୋଲିଛନ୍ତି ବିଶ୍ବ ସମୂହ । ଭାରତ, ଆମେରିକା ସମେତ ବିଶ୍ବର ୧୨ ଦେଶ ସଂଯୁକ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘର ପ୍ରତିନିଧିମାନେ ନିଷ୍ପତ୍ତି ନେଇଛନ୍ତି ଯେ, ଆଫ୍ଗାନିସ୍ତାନରେ ଏଭଳି ବନ୍ଧୁକଧାରୀ ଶାସନକୁ ସମର୍ଥନ ଦେବେ ନାହିଁ ଯିଏକି ବନ୍ଧୁକ ମୁନରେ ଦେଶବାସୀଙ୍କ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛି । ଯୁଦ୍ଧଗ୍ରସ୍ତ ଦେଶରେ ତାଲିବାନ୍ ପକ୍ଷରୁ ଲଗାତାର ଭାବେ ହେଉଥିବା ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛି ଆମେରିକା ବିଦେଶ ମନ୍ତ୍ରାଳୟ । ଆମେରିକା, ଭାରତ, କତର, ଚୀନ, ପାକିସ୍ତାନ, ଉଜବେକିସ୍ତାନ, ବ୍ରିଟେନ୍, ଜର୍ମାନୀ, ନରଓ୍ବେ, ତାଜିକସ୍ତାନ, ତୁର୍କୀ, ୟୁରୋପୀୟ ସଂଘ ଏବଂ ତୁର୍କମେନିସ୍ତାନର ପ୍ରତିନିଧିମାନେ ଗତ ଗୁରୁବାର ଏକ ବୈଠକ କରିଥିଲେ । ଆଫଗାନିସ୍ତାନରେ ଜାରି ରହିଥିବା ହିଂସା ଏବଂ ବିପଦମୂଖୀ ହେଉଥିବା ସୁରକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । କତାର ପକ୍ଷରୁ ଏହି ସମ୍ମୀଳନୀ ଆୟୋଜନ କରାଯାଇଥିଲା । ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶାନ୍ତି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯିବା ଦରକାର । ଏହା ସହିତ ଆମେରିକା କହିଛି ଯେ, ସେନ୍ୟ ବଳ ମାଧ୍ୟମରେ ସ୍ଥାପିତ ହୋଇଥିବା କୌଣସି ସରକାରକୁ ମାନ୍ୟତା ଦିଆଯିବ ନାହିଁ । ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି କି, ଆଫଗାନିସ୍ତାନରେ ଲାଗିରହିଥିବା ଅଶାନ୍ତି ଚିନ୍ତାର ବିଷୟ । ତେଣୁ ତୁରନ୍ତ ଯୁଦ୍ଧ ଶେଷ ହେବା ଆବଶ୍ୟକ । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍ଚୀ କହିଛନ୍ତି, ଆଫ୍ଗାନିସ୍ତାନ ସହିତ ଭାରତ ଅଛି । ଲୋକଙ୍କ ସୁରକ୍ଷାରେ ଯିଏବି ସହମତି ପ୍ରକାଶଳ କରିବ ଭାରତ ତା ସପକ୍ଷରେ ରହିବ । ସେଠାରେ ଜାରି ରହିଥିବା ସଂଘର୍ଷ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ସେପଟେ ଆମେରିକା ଇଣ୍ଟେଲିଜେନ୍ସ କହିଛି ଯେ, ଆସନ୍ତା ୩୦ ଦିନ ମଧ୍ୟରେ ବିଦ୍ରୋହୀ ତାଲିବାନ୍ର କବ୍ଜାକୁ ଆସିପାରେ ରାଜଧାନୀ କାବୁଲ । ଯଦି ଏଭଳି ପରିସ୍ଥିତି ଲାଗିରହେ ତେବେ ଆଗାମୀ କିଛି ଦିନ ମଧ୍ୟରେ ପୁରା ଦେଶକୁ କବ୍ଜା କରିନେବ ତାଲିବାନ୍ । ସମ୍ପୂର୍ଣ୍ଣ ଦେଶକୁ ତାଲିବାନ୍ ନିଜ ନିୟନ୍ତ୍ରଶକୁ ନେଇଯିବ ବୋଲି ଆମେରିକା ଇଣ୍ଟେଲିଜେନ୍ସ ପକ୍ଷରୁ ସୂଚନା ମିଳିଛି ।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..