ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କରୋନା ସ୍ଥିତିନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ରାଲିକୁ ବାତିଲ କରିଛନ୍ତି ମୋଦି। ଟୁଇଟ କରି ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସକାଳ ୯ଟାରେ ସମୀକ୍ଷା ବୈଠକ ପରେ ଦିନ ୧୦ଟାରେ ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ ୧୨ଟାରେ ଭିସି ଜରିଆରେ ଦେଶର ବଡ ବଡ ଅକ୍ସିଜେନ ନିର୍ମାଣକାରୀ କଂପାନୀ ମୁଖ୍ୟଙ୍କ ସହ ବୈଠକ କରିବେ । ସେପଟେ ବଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କ ୪ଟି ନିର୍ବାଚନୀ ପ୍ରଚାର ସଭା କରିବା କାର୍ଯ୍ୟକ୍ରମ ଥିଲା । ତେବେ ସନ୍ଧ୍ୟା ୫ଟାରେ ଭର୍ଚୁଆଲରେ ପଶ୍ଚିମବଙ୍ଗ ବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।
More Stories
ଝଡ଼ବର୍ଷା ନେଲା ୩୦ ଜୀବନ…..
ଯଦି ତୁମେ ଆମ ପାଣି ବନ୍ଦ୍ କର,ଆମେ ନିଶ୍ୱାସ ବନ୍ଦ କରିଦେବୁ…..
ଇସ୍ତଫା ଦେବେ ମହମ୍ମଦ ୟୁନୁସ୍ !…..