Report Card Odisha

| Daily Odia News

ରାଜ୍ୟରେ ଟିକା ଅଭାବ, ଆଜି ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି | ଟିକାକରଣ ବନ୍ଦ ଥିବା ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ । ରାଜ୍ୟରେ ମୋଟ ୧୬୧୩ଟି କେନ୍ଦ୍ର ଥିବା ବେଳେ ୧୧୪ କେନ୍ଦ୍ରରେ ଟିକାକରଣ ଚାଲିଛି । ବାକି ୧୪୯୯ ଟିକା କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଗତକାଲି ସୁଦ୍ଧା ରାଜ୍ୟରେ ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ସେହିପରି ୩ ଲକ୍ଷ ୨୪ ହଜାର ୯୧୦ ଡୋଜ୍ କୋଭାକ୍ସିନ ରହିଛି । ଜୁନ ମାସ କୋଟା ଅନୁସାରେ ୪ଲକ୍ଷ ୩୧ହଜାର ୧୩୦ ଡୋଜ କୋଭାକ୍ସିନ ଟିକା ରାଜ୍ୟକୁ ଆସିବା କଥା । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ହଜାର ୮୫୦ ଡୋଜ ଆସିଛି । କୋଭିସିଲ୍ଡ ଟିକା ମହଜୁଦ ନଥିବାରୁ ଟିକାକରଣ ବନ୍ଦ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁସାରେ- ଜୁଲାଇ ୨ ତାରିଖରେ ରାଜ୍ୟକୁ କୋଭିସିଲ୍ଡ ଟିକା ମିଳିବା ସମ୍ଭାବନା ରହିଛି । ଦୁଇ ଦିନ ପୂର୍ବରୁ ତୁରନ୍ତ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।

Breaking News