ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ଦ୍ଵିତୀୟ ଲହର ଭୟଙ୍କର ରୂପ ଧାରଣ କରିଛି | ଅକ୍ସିଜେନ୍ ଅଭାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ଏକ ଘଟଣା ସାମନଉ ଆସିଛି ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ| ଅକ୍ସିଜେନ୍ ନ ମିଳିବାରୁ ଛଟପଛ ହୋଇ ୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ ହସ୍ପିଟାଲ ଏମ୍ଡ଼ି ଡ. ଡି.କେ. ବଲୁଜା ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅକ୍ସିଜେନ୍ ଅଭାବ ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି। ଅକ୍ସିଜେନ୍ ଅଭାବରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଯୋଗୁ ମୃତକଙ୍କ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖିବାର ନାଁ ଧରୁନି। ଛାତିର କୋହ କେବଳ ଛାତିରେ ହିଁ ଚାପି ଧରିବା ବ୍ୟାତିତ ସେମାନଙ୍କ ପାଖରେ ଅନ୍ୟ କୌଣସି ଉତ୍ତର ହିଁ ନାହିଁ।






More Stories
ଜେଲରୁ ମୁକୁଳିବେ ଦାରା ସିଂ…..
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..