Report Card Odisha

| Daily Odia News

ଉତ୍ତରାଖଣ୍ଡରେ ହିମସ୍ଖଳନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ନୀତି ଭ୍ୟାଲିର ସୀମାବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହିମସ୍ଖଳନ ହୋଇଛି। ଶୁକ୍ରବାର ଦିନ ଚମୋଲି ଜିଲ୍ଲାର ସୁମନା ଅଞ୍ଚଳରେ ହୋଇଥିବା ହିମସ୍କଳନରେ ଅନେକ ଲୋକ ଫସି ଯାଇଛନ୍ତି । ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନାର ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ୩୮୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଦୀର୍ଘ ୫ ଦିନ ହେବ ଲଗାତର ବରଫ ପଡୁଛି ଓ ବର୍ଷା ହେଉଛି । ଫଳରେ ସୁମନା ରିମଖିସ ରୋଡର ୪ କିଲୋମିଟର ପର୍ଯ୍ୟନ୍ତ ହିମସ୍କଳନ ହେଉଛି । ଫଳରେ ନିକଟରେ ଥିବା ବୋର୍ଡର ରୋଡ ଓ ଦୁଇଟି ଶ୍ରମିକ କ୍ୟାମ୍ପ ବରଫ ଭିତରେ ଫସି ଯାଇଛି । ଅନ୍ୟପଟେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ରାତିସାରା ସେନା ଉଦ୍ଧାର କାର୍ଯ୍ୟରେ ଲାଗି ବିଆରଓ କ୍ୟାମ୍ପରୁ ୧୫୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧର କରିଛି । ସେମାନଙ୍କୁ ସେନା କ୍ୟାମ୍ପରେ ରଖାଯାଇଛି ବୋଲି ସେନା କହିଛି । ହିମସ୍ଖଳନ ସୂଚନା ମିଳିବା ପରେ ସୀମା ସଡକ ସଂଗଠନର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ତୁଷାରପାତ ହେତୁ ସେହି ଅଞ୍ଚଳ ସହ କୌଣସି ସମ୍ପର୍କ ସ୍ଥାପନା କରାଯାଇପାରୁ ନାହିଁ। ତେବେ ଏହି ସୀମା ରୋଡ୍ ସଂଗଠନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଶ୍ରମିକମାନେ ସେଠାରେ ରାସ୍ତା କାମ କରୁଥିଲେ। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଟୁଇଟ୍ କରି କହିଛନ୍ତି ଯେ ହିମସ୍ଖଳନ ନେଇ ଆଲର୍ଟ ଜାରି କରାଯାଇଛି। ସେ କହିଛନ୍ତି ଯେ ସେ ସୀମା ସଡକ ସଂଗଠନ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ କହିଛନ୍ତି ଯେ ସେ ଏହି ଘଟଣାରେ ତୀକ୍ଷ୍ଣ ନଜର ରଖାଯାଇଛି। ସୂଚନା ଅନୁସାରେ- ଏହା ପୂର୍ବରୁ  ଫେବୃଆରୀ ୭ ତାରିଖରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଏଠାରେ ବଡ ଦୁର୍ଘଟଣା ହୋଇଥିଲା । ଫଳରେ ଅନେକ ଲୋକଙ୍କର ଜୀବନ ଯାଇଥିଲା । ଏବେ ବି କିଛି ଲୋକ ନିଖୋଜ ରହିଛନ୍ତି

 

Breaking News