Report Card Odisha

| Daily Odia News

୨୪ ମାଓବାଦୀଙ୍କ ଆତ୍ମସମର୍ପଣ…..

ରିପୋର୍ଟକାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପଶ୍ଚିମ ବସ୍ତର ଡିଭିଜନର ୨୪ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୪ ଜଣଙ୍କ ନାମରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହେବାସହ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନ ବଳାଇଥିବା ସେମାନେ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ୨୪ ଜଣଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Breaking News