ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପହଲଗାଓଁ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ବେଶ୍ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସରକାର କାଶ୍ମୀରର ୮୭ ପର୍ଯ୍ୟଟନସ୍ଥଳ ମଧ୍ୟରୁ ୪୮ଟିକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି। ଅନ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିଓ୍ବାନ, ବାଙ୍ଗୁସ ଭ୍ୟାଲି, ଓ୍ବତଲାବ, ରାମପୋରା, ରାଜପୁରା, ଚିରହାର ଆଦି ପ୍ରମୁଖ ରହିଛି। ପର୍ଯ୍ୟଟନ ଦୃଷ୍ଟିରୁ ଜାମ୍ମୁ-କାଶ୍ମୀରର ବେଶ୍ ଗୁରୁତ୍ଵ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ମାତ୍ର ପହଲଗାଓଁର ବୈସରନ ଘାଟିରେ ଗତ ୨୨ ତାରିଖରେ ପର୍ଯ୍ୟଟକମାନେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ୨୬ ପର୍ଯ୍ୟଟକଙ୍କୁ ସେମାନେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ପର୍ଯ୍ୟଟକମାନେ ଏଠାରୁ ଚାଲିଯାଇଛନ୍ତି।
More Stories
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….
ଧର୍ମଶାଳା ଏବିଡିଓ ଗିରଫ…..
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….