Report Card Odisha

| Daily Odia News

କଂଗ୍ରେସ ଛାଡି ଏନ୍‌ସିପିରେ ସାମିଲ ହେଲେ ୨୭ କର୍ପୋରେଟର୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ମେଣ୍ଟ ସରକାରରେ ଆରମ୍ଭ ହୋଇଯାଇଛି ବିବାଦ। ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଗୁରୁବାର ମହାରାଷ୍ଟ୍ରରେ ମାଲେଗାଓଁର ୨୭ ଜଣ କଂଗ୍ରେସ କର୍ପୋରେଟର୍‌ ଏନ୍‌ସିପିରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ଏନ୍‌ସିପିରେ ସାମିଲ ହୋଇଛନ୍ତି ୨୭ ଜଣ କର୍ପୋରେଟର୍ । ମାଲେଗାଓଁର କଂଗ୍ରେସ ମେୟର ମଧ୍ୟ ଦଳ ଛାଡି NCPରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ, ମାଲେଗାଓଁ ନଗର ନିଗମରେ ମୋଟ ୮୪ଟି ସିଟ୍‌ ରହିଛି । ୨୦୧୭ ନଗର ନିଗମ ନିର୍ବାଚନରେ କଂଗ୍ରେସକୁ ମୋଟ ୩୦ଟି ସିଟ୍‌ ମିଳିଥିବା ବେଳେ ଏନ୍‌ସିପି ୨୦ଟି ସିଟ୍‌ରେ ବିଜୟୀ ହୋଇଥିଲା । ସେହିଭଳି ଶିବସେନା ୧୨ଟି, ବିଜେପି ମାତ୍ର ୯ଟି ସିଟ୍‌ ଏବଂ ଅସଦଉଦ୍ଦିନ ଓଓ୍ବେସୀଙ୍କ AIMIM ପାର୍ଟି ୭ଟି ସିଟ୍‌ରେ ବିଜୟୀ ହୋଇଥିଲା । ତେବେ କଥା ହେଉଛି ବର୍ତ୍ତମାନ ମହାରାଷ୍ଟ୍ରରେ ମେଣ୍ଟ ସରକାର ଜାରି ରହିଥିବା ବେଳେ ଅନ୍ତଃ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି । ଯାହାର ସଦ୍ୟ ଉଦାହରଣ ହେଉଛି କଂଗ୍ରେସ ନେତୃତ୍ବଙ୍କ ଏନ୍‌ସିପିରେ ଯୋଗ ଦାନ । ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ​‌ରେ ମହାରାଷ୍ଟ୍ରରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । କ୍ଷମତା ଲୋଭରେ ବିଜେପି ଏବଂ ଶିବ ସେନା ମଧ୍ୟରେ ବିବାଦ କାରଣରୁ ଉଭୟ ଅଲଗା ହୋଇଥିଲେ । ପରେ କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ସରକାର ଗଢିଥିଲା ଶିବ ସେନା । ଏବେ ତାର ଉଭୟ ସହଯୋଗୀ ଦଳ ମଧ୍ୟରେ ବିବାଦ ମେଣ୍ଟ ପ୍ରତି ଆଶଙ୍କା ସୃଷ୍ଟି କରିଛି ।

Breaking News