ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୁ ଟଙ୍କା ମିଳିବା ଘଟଣାରେ ଜଷ୍ଟିସ ଯଶଓ୍ବନ୍ତ ବର୍ମଙ୍କୁ ହଟାଇବା ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ୧୪୬ ସାଂସଦଙ୍କ ଦସ୍ତଖତ ରହିଥିବା ଏହି ପ୍ରସ୍ତାବକୁ ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିବା ସହିତ ମାମଲାର ତଦନ୍ତ ପାଇଁ ମଙ୍ଗଳବାର ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପି.ଭି. ଆଚାର୍ଯ୍ୟ ସଦସ୍ୟ ରହିଛନ୍ତି। କମିଟି ମାମଲାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବ ବୋଲି ବାଚସ୍ପତି କହିଛନ୍ତି। କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ଜଷ୍ଟିସ ବର୍ମାଙ୍କୁ ହଟାଯିବା ପ୍ରସ୍ତାବ ବିଚାରାଧୀନ ରହିବ। ସୂଚନାଯୋଗ୍ୟ, ଜଷ୍ଟିସ ବର୍ମାଙ୍କୁ ହଟାଇବା ଲାଗି ସଂସଦ ପକ୍ଷରୁ ଆଭ୍ୟନ୍ତରୀଣ ଗୃହ କମିଟି ଗଠନ ପ୍ରସ୍ତାବକୁ ବର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏ ସମ୍ପର୍କିତ ପିଟିସନର ଶୁଣାଣି କରି ତାହାକୁ ଖାରଜ କରିଦେଇଥିଲେ। ଏହା ସହିତ ଆଭ୍ୟନ୍ତରୀଣ ଗୃହ କମିଟି ଗଠନର ବୈଧତାକୁ ବଜାୟ ରଖିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସଂସଦ ପକ୍ଷରୁ ତଦନ୍ତ କମିଟି ଗଠନ ପାଇଁ ଘୋଷଣା କରାଯାଇଛି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..