ଭାରତୀୟ ଯବାନଙ୍କୁ ବଡ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆଁରେ ଗୁଳିମାଡରେ ୩ଜଣ ଆତଙ୍କବାଦୀ ଟଳିଛନ୍ତି । ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । ଶୋପିଆଁର ବଡିଗାମରେ ଆତହ୍କବାଦୀ ଥିବା ପୋଲିସ ସୂଚନା ପାଇବା ପରେ ଅଚାନକ ଚଢାଉ କରିଥିଲା । ତଲାସକାରୀ ଦଳ ସନ୍ଧିଗ୍ଧ ସ୍ଥାନକୁ ଘେରାଉ କରିବାରୁ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଗୁଳିମାଡ କରିଥିଲେ । ପରେ ତଲାସକାରୀ ଦଳ ପାଲଟା ଗୁଳିମାଡ କରିବାରୁ ୩ଜଣ ଆତଙ୍କବାଦୀ ଟଳିପଡିଥିଲେ । ଆତଙ୍କବାଦୀ ମୃତ୍ୟୁ ହୋଇଥିବା ଖବର କାଶ୍ମୀର ପୋଲିସ ଟୁଇଟ କରି ଜଣାଇଛି । ବ୍ୟୁରୋ ରିପୋର୍ଟ ବିବିଏମ ଟିଭି
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..