ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେ ୩’ ତାରିଖରୁ ୩ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଭୁବନେଶ୍ୱରରେ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ମେ ୩ରୁ ୧୮ରୁ ୪୪ ବର୍ଷ ବୟସ୍କକୁ ଟିକାକରଣ ଆରମ୍ଭ ହେବ । ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଛି । ଆଜି ଅପରାହ୍ନରୁ ସ୍ଲଟ୍ ଅଫ୍ ଆପଏଂଟମେଂଟ କରାଯିବ । ମେ ୩ରୁ କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ଟିକା ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ । ଏକ ସମୟରେ ୪୫ରୁ ଉଦ୍ଧ୍ୱର୍ ଓ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ହେବ । ଉଭୟ ଗ୍ରୁପ୍ ପାଇଁ ସରକାରୀ ମେଡିକାଲରେ ଅଲଗା ବ୍ୟବସ୍ଥା କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।
More Stories
ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ରହିବାକୁ ନିର୍ଦ୍ଦେଶ…..
୨୦ ରୁ ଖୋଲିବ ବିଦ୍ୟାଳୟ….
୧୯ ଯାଏଁ ବର୍ଷା, ୟୋଲୋ ଓ୍ବାର୍ନିଂ ଜାରି….