Report Card Odisha

| Daily Odia News

ଆଜି ୫ ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ୫ଟି ରାଜ୍ୟର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ | ଦକ୍ଷିଣାଂଚଳ ରାଜ୍ୟ ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରିରହିଛି । ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ପଶ୍ଚିମବଙ୍ଗ ଏବଂ ଆସାମରେ ମଧ୍ୟ ଆଜି ତୃତୀୟ ପର୍ଯ୍ୟାୟ ମତଦାନ କରାଯାଉଛି। ଏଥିସହିତ ତାମିଲନାଡୁର କନ୍ୟାକୁମାରୀ ଏବଂ କେରଳ ମାଲାପୁରମ୍‍ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଛି। କେରଳରେ ୨.୭୪ କୋଟି ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ରାଜ୍ୟରେ ମୋଟ ୯୫୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ କେତେକ ହାଇ ପ୍ରୋଫାଇଲ ନେତା ଏବଂ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ରାଜ୍ୟରେ ୧୪୦ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ଅନୁଷ୍ଠିତହେଉଛି। ଶାସକ ଏଲଡିଏଫ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ଥିତି ବଜାୟ ରଖିବାକୁ ଆଶା କରୁଛି। ପଡୋଶୀ ରାଜ୍ୟ ତାମିଲନାଡୁରେ ଏଆଇଏଡିଏମ୍‍କେ-ବିଜେପି ମେଣ୍ଟ ଏବଂ ଡିଏମ୍‍କେ-କଂଗ୍ରେସ ମେଣ୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖା ଦେଇଛି। ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କ ମକ୍କାଲ ନିଥି ମୟାମ ଏବଂ ଟିଟିଭି ଦିନାକରନ୍‍ଙ୍କ ଆମ୍ମା ମକ୍କାଲ ମୁନ୍ନେତ୍ରା କାଡାଗମ୍‍ ମଧ୍ୟ ରାଜ୍ୟର ୨୩୪ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ କଂଗ୍ରେସ-ଡିଏମ୍‍କେ ମେଣ୍ଟ ଏବଂ ବିରୋଧୀ ଏନଆର କଂଗ୍ରେସ, ବିଜେପି ଏବଂ ଏଆଇଏଡିଏମ୍‍କେ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଆସାମରେ ପ୍ରଥମ ଦୁଇ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇସାରିଥିବାବେଳେତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ପଶ୍ଚିମବଙ୍ଗରେ ୩୧ଟି ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହେଉଛି।

 

Breaking News