Report Card Odisha

| Daily Odia News

ଦିନକୁ ୨ଟି କ୍ଲାସ୍ ନେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ପ୍ରଧାନ ଶିକ୍ଷକଙ୍କୁ ଦିନକୁ ୨ଟି କ୍ଲାସ୍ ନେବାକୁ ପଡିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହା ସହିତ ଅନ୍ୟ ଶିକ୍ଷକ କରୁଥିବା କ୍ଲାସ୍‌ର ତଦାରଖ କରିବେ ପ୍ରଧାନଶିକ୍ଷକ। ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କରିଛି । କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନ ଯାଇଥିଲା ବେଳେ ଏହି ପ୍ରକାରର ତ୍ରୁଟି ଦେଖିଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ତାଗିଦ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳିଆ ସ୍କୁଲ କରାଯାଇଛି। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ହେଉଛି। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲୁଛି।

Breaking News